39 ବର୍ଷର ଇନ୍ସୁଲିନ ଓ ମଧୁମେହରୁ ମୁକ୍ତି
ଜୟ ଜଗନ୍ନାଥ!
ସମସ୍ତଙ୍କୁ ନମସ୍କାର!
ଆମର ମାଧବ ସାରଙ୍କୁ କୋଟି କୋଟି ପ୍ରଣାମ!
Get health insights in your inbox
Weekly evidence-based tips on diabetes reversal and metabolic health. Unsubscribe anytime.
ଏହା ଦ୍ଵାରା ମୁଁ ବିଜୟ କୁମାର ପାଣିଗ୍ରାହୀ ମୋର ସ୍ତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ(ବୁର୍ଲା, ସମ୍ବଲପୁର) ଙ୍କ ମଧୁମେହ ରୋଗ ଉପରେ କିଛିଟା ବିଶେଷ ମନ୍ତବ୍ୟ ରଖିବାକୁ ଚାହୁଁଛି.
ମୋର ସ୍ତ୍ରୀଙ୍କ 16 ବର୍ଷ ସମୟରେ ସୁଗର 1987 ରେ ବୁର୍ଲା ମେଡ଼ିକାଲରେ ଜଣା ପଡ଼ିଥିଲା। ସେହି ସମୟରେ ମେତିସିନ ପ୍ରୋଫେସର ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର ଇନ୍ସୁଲିନ ଦେବା ଆରମ୍ଭ କରାଇଥିଲେ. ଏବଂ ସେ କହିଥିଲେ ବଞ୍ଚିଥିବା ପର୍ଯ୍ୟନ୍ତ ଇନ୍ସୁଲିନ ଲାଗିବ. 1987 ରୁ Janaury 2026 ମଧ୍ୟରେ AIIMS/NEW DELHI, KIMS, AMRI, APPOLO, UTKAL Hospital Bhubaneswar ଏବଂ ଅନ୍ୟାନ୍ୟ Doctor ଙ୍କ ଦ୍ଵାରା ଚିକିତ୍ସା ଚାଲୁଥିଲା । 1987 ରୁ ଟଙ୍କା 300/- ରୁ ବଢ଼ି ବଢ଼ି ଜାନୁଆରି 2026 ସୁଧା ମାସକୁ ଟଙ୍କା 17000/- ରେ ପହଞ୍ଚିଥିଲା ଏବଂ 3 time ଇନ୍ସୁଲିନ ସହ 12ଟି ମତିସିନକୁ ପହଞ୍ଚିଯାଇଥିଲା! ଏହା ସତ୍ୱେ କେବେ ବି ଦେହ ଠିକ୍ ରହୁ ନଥିଲା। ପ୍ରାୟତଃ hypoglycemia ହେଉଥିଲା ଏବଂ ଗୋଢ଼ ଝିମଝିମ, ଲେଡ଼ି ବ୍ୟଥା, ଆଖି ସମସ୍ୟା, କିଡ୍ନି ସମସ୍ୟା ଦେଖାଦେଇଛି! କେତେବେଳେ ସୁଗର 300, 400,500 ହେବତ ଆଉ କେତେବେଳେ 35,40,50,60 କୁ ଆସିଯାଉଥିଲା. ରାତ୍ର ବସିକରି ଟିଭି ଦେଖିବା ସମୟରେ ସୁଗର 45 କୁ ଆସିଯାଉଥିଲା ଏବଂ ସେ ଜାଣିପାରୁ ନଥିଲେ. ମୁଁ ମୋର ଚାକିରି ସମୟ ମଧ୍ୟରେ ସବୁବେଳେ tension ରହୁଥିଲି. କାରଣ ଦୁଇ ଝିଅ ଥିବା ସମୟରେ ସେମାନେ ଦେଖୁଥିଲେ ଆଉ ସେମାନଙ୍କ ବାହାଘର ପରେ ମୋର ଅବସ୍ଥା ବହୁତ ଖରାପ ଥିଲା.
ମୁ ମାଧବ ସାରଙ୍କ ଅଗସ୍ତି ନୂଆ ଗାଁ କେମ୍ପ ବିଷୟରେ ବହୁତ ଆଗରୁ ଶୁଣିଥିଲି କିନ୍ତୁ ବିଶ୍ୱାସ ନ ଥିଲା। ଯେତେବେଳେ January 2026 ରେ ବୁର୍ଲାରେ ମାଧବ ସାରଙ୍କୁ ଦେଖା ହେଇଥିଲା, ସେତେବେଳେ ସାର Blood report ଦେଖି ତୁରନ୍ତ କେମ୍ପ କୁ ଯିବା ପାଇଁ କହିଥିଲେ । ମୁଁ ସାରଙ୍କୁ କହିଥିଲି ଯେ ମୋର ସ୍ତ୍ରୀଙ୍କୁ କେମ୍ପରେ ଛାଡି ଦେଇ ଆସିବି କାହିଁକି ନା ମୋର ବିଶ୍ୱାସ ନଥିଲା. ସେତେବେଳେ ସାର ଗୋଟିଏ କଥା ମତେ ବୁଝାଇଥିଲେ. ତୁମେ ଆଜି ସ୍ତ୍ରୀଙ୍କ ସହିତ ଯିବା ପାଇଁ ମନା କରୁଛ କାଲିକି ଯଦି ଡାଏଲସିସ ହେବ ତାହା ହେଲେ ସାଙ୍ଗରେ ନେବ କି ନାହିଁ? ଏ ଉପଦେଶ ହିଁ ମତେ ରାସ୍ତାକୁ ଆଣିଥିଲା । ମୁଁ ମଧ୍ୟ କେମ୍ପ କୁ ଯାଇଥିଲି ଏବଂ ମୋର ମଧ୍ୟ ସୁଗାର ଥିଲା, ମେଡିସିନ ଖଉଥିଲି ଯେଉଁଟା କି ସାର ବନ୍ଦ କରିଦେଲେ ଏବଂ ବର୍ତ୍ତମାନ Normal ଅଛି. କିନ୍ତୁ ମୋର ସ୍ତ୍ରୀଙ୍କର ସେତେବେଳକୁ FBS: 238, HbA1C: 8.5, Creatinine: 1.99 ଥିଲା.
12 ଟା medicine ଏବଂ 3 time 65 units ଇନ୍ସୁଲିନ ଚାଲୁଥିଲା.
ଯେତେବେଳେ February 9-13, 2026, Puri Camp ରେ ଯୋଗ ଦେଲୁ, 10 ତାରିଖରୁ ମାଧବ ସାର ଇନସୁଲିନ ବନ୍ଦ କରିଦେଲେ ଆଉ 12 ଟା ମେତିସିନକୁ ଛଟା ମେତିସିନ କରିଦେଲେ । ଛ ମାସ ହେଲାଣି ସୁଗର normal ଏବଂ ବର୍ତ୍ତମାନ 4 ଟା ମେତିସିନ ଚାଲିଛି । ଇନ୍ସୁଲିନ ବନ୍ଦ ହୋଇଯାଇଛି. ଛ ମାସ ହେଲାଣି hypoglycemia ହୋଇନାହିଁ and other issues like loose motion, BP are under control.
At present, FBS: 105, HbA1C: 6.7 and Creatinine: 1.66.
Many many heartfelt thanks to Sri Debanand Swain Sir, Dr.Jasmin madam, Udhab Sir and the entire team Rajat, Alok, Susanta for their support being a family member.
DAIREV Editorial Team
Health and wellness content by the DAIREV medical editorial team.
Related Articles
Why Using Insulin in Type 2 Diabetes Doesn't Work
Treating Type 2 diabetes with insulin manages symptoms, not the cause. Learn how low-carb diets target insulin resistance for reversal.
How Sudhansu Reduced HbA1c from 12.5% to 6.1%
Discover how Sudhansu Sagaria from Odisha reduced his HbA1c from 12.5% to 6.1% and cut fasting blood glucose by 50% with the DIAREV lifestyle program.
DIAREV Success Story: How Namita Reversed Her Diabetes & Lost 12 kg
Discover how Namita Sahoo from Odisha reduced her HbA1c from 7.8% to 5.0%, lost 12 kg, and restored her metabolic health with the DIAREV lifestyle program.



